କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଜଗମୋହନପୁର ନିକଟରେ ଏନ ଏଚ ୪୯ ରେ ଦୁର୍ଘଟଣା ଘଟି ଜଣେ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ ଅଛନ୍ତି।
ଦୁଇ ଜଣ ଲୋକ ବାଇକରେ ଯାଉଥିବା ବେଳେ ଏକ ଟ୍ରକ ସହିତ ଧକ୍କା ହୋଇଥିଲା । ପୋଲିସ ପହଞ୍ଚି ମୃତ ଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଡାକ୍ତର ଖାନା ପଠାଇଥିବା ବେଳେ ଟ୍ରକଟିକୁ ଜବତ୍ କରି ଘଟଣାର ତଦନ୍ତ କରୁଛି।