ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଅଧୀନ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣନିର୍ଦ୍ଦେଶାଳୟ, କ୍ରୀଡା ଓ ଯୁବସେବା ବିଭାଗ ଏବଂ ଟାଟା ଷ୍ଟ୍ରାଇଭର ମିଳିତ ସହାଭାଗିତାରେ ‘ଲେଟ ଅସ ପ୍ଲେ ଆଇଟିଆଇ’ ନାମକ କାର୍ଯ୍ୟକ୍ରମର ଆଜି ଶୁଭାରମ୍ଭ ହୋଇଛି l
ଆଇଟିଆଇରେ କ୍ରୀଡାର ବିକାଶ ରାଜ୍ୟରେ କ୍ରୀଡ଼ାକୁ ଏକ ନୂତନ ଦିଗ ପ୍ରଦାନ କରିବ ବୋଲି କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା କାର୍ଯ୍ୟକ୍ରମରେ ଯୋଗ ଦେଇ କହିଥିଲେ l