ରାଜପଥରେ ଜଳି ଗଲା ଟ୍ରକ

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ୪୯ ନମ୍ବର ଜାତୀୟ ରାଜପଥ ଖୁରେଇ ଟାଙ୍ଗିରି ପେଟ୍ରୋଲ ପମ୍ପ ନିକଟରେ ରବିବାର ଏକ ୧୪ ଚକିଆ ଟ୍ରକ ହୁତୁ ହୁତୁ ହୋଇ ଜଳି ଯାଉଥିବା ଦେଖିବାକୁ ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ରାସ୍ତା କଡ଼ରେ ଛିଡ଼ା କରି ଗାଡ଼ି ଭିତରେ ଗ୍ୟାସରେ ରୋଷେଇ କରୁଥିବା ବେଳେ ଏଭଳି ଅଘଟଣ ଘଟିଛି। ତେବେ ଅଳ୍ପକେ ଆସନ୍ନ ବିପତ୍ତିରୁ ଚାଳକ ଓ ହେଲ୍ପର ବର୍ତ୍ତି ଯାଇଛନ୍ତି। ସୂଚନା ଅନୁଯାୟୀ ଆଇରନ ବୋଝେଇ ଟ୍ରକଟି ସୁଆକାଠିରୁ କଲିକତା ଅଭିମୁଖେ ଯାଉଥିଲା।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version