ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅଡାରେ ଏହି ଘଟଣା ଘଟିଥିବା ବେଳେ ଦୁଇରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି।
ଆହତଙ୍କୁ ପ୍ରଥମେ ସିମୁଳିଆ ଓ ପରେ ଭଦ୍ରକ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ଆଜି ଅଡ଼ା ପୁର୍ବତନ ସମିତିସଭ୍ୟ ଦେଵଜ୍ୟୋତି ସାହୁ ଘରକୁ ଫେରୁଥିବା ବେଳେ ତିନିଜଣ ଯୁବକ ଆକ୍ରମଣ କରିଥିବା ବେଳେ ସେମାନଙ୍କୁ ମଧ୍ୟ ପାଲଟା ଆକ୍ରମଣ ହୋଇଛି। ପୁଲିସ ଘଟଣାର ତଦନ୍ତ କରୁଛି।