ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ଅନୁଷ୍ଠିତ ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ଆଜି ବାରିପଦା ସ୍ଥିତ ଅଗ୍ନିଶମ ବାହିନୀ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।
ରଥଯାତ୍ରା ନିମନ୍ତେ କୋଣସି ପ୍ରକାର ଆପଦକାଳୀନ ସ୍ଥିତିରେ ସୁରକ୍ଷା ପ୍ରଦାନ ପାଇଁ ସମୁଦାୟ ୫୬ଜଣ ଅଗ୍ନିଶମ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିବା ନେଇ ସୂଚନା ଦେଇଛନ୍ତି। ଏଥି ମଧ୍ୟରେ ଜଣେ ଅତିରିକ୍ତ ଅଗ୍ନିଶମ ଅଧିକାରୀ, ଜଣେ ସହକାରୀ ଅଗ୍ନିଶମ ଅଧିକାରୀ, ୪ଜଣ ଷ୍ଟେସନ ଅଫିସର, ଅଗ୍ନିଶମ ତଥା ଭକ୍ତଙ୍କ ଉପରେ ଜଳସିଞ୍ଚନ ଆଦି କାର୍ଯ୍ୟ ପାଇଁ ୫୦ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି।