ଆଜି କେନ୍ଦୁଝରର ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ପବିତ୍ର ରଥଯାତ୍ରାର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି ଜିଲ୍ଲାପାଳ ଆଶିଷ ଠାକରେ ଓ ଏସପି ମିତ୍ରଭାନୁ ମହାପାତ୍ର।
ସମସ୍ତ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟରେ ଓ ସୁଚାରୁ ରୂପେ ସମ୍ପାଦନ କରିବା ପାଇଁ ଜିଲ୍ଲା ଅଧିକାରୀ ମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହି ବୈଠକ ରେ ରଥ ଟଣା, ଟ୍ରାଫିକ ସମସ୍ୟା, ଭକ୍ତଙ୍କ ଦର୍ଶନ ଆଦି ବିଷୟରେ ଆଲୋଚନା ହୋଇଥିଲା। ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା। ସମସ୍ତେ ମାସ୍କ ପିନ୍ଧି ଆସିବାକୁ ନିବେଦନ କରାଯାଇଛି। ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ।