ମୟୂରଭଞ୍ଜ ଜିଲ୍ଲା ବିଶୋଇ ବସଷ୍ଟାଣ୍ଡରେ ଯାତ୍ରୀଙ୍କ ପାଇଁ କୌଣସି ବିଶ୍ରମଗାର ନଥିବା ହେତୁ ବସ ଯାତ୍ରୀମାନେ ଟାଇଁ ଟାଇଁ ଖରାରେ ଗଛ ଛାଇରେ ଛିଡ଼ା ହୋଇ ବସକୁ ଅପେକ୍ଷା କରୁଥିବାର ଦେଖାଯାଇଛି।
ତେବେ ବର୍ଷା ଦିନେ ଅପେକ୍ଷାରତ ବସ ଯାତ୍ରୀମାନେ ନାହିଁ ନଥିବା ହଇରାଣ ହରକତ ହୁଅନ୍ତି।ଦୀର୍ଘ ବର୍ଷ ପୂର୍ବରୁ ରାସ୍ତା ସମ୍ପ୍ରସାରଣ ଯୋଗୁଁ ଯାତ୍ରୀ ପ୍ରତୀକ୍ଷାଳୟ ଟି ଭାଙ୍ଗି ଦେଇଥିବା ବେଳେ ଆଜି ପର୍ଯ୍ୟନ୍ତ ନିର୍ମାଣ ହୋଇ ନାହିଁ। ଯଥାଶୀଘ୍ର ଯାତ୍ରୀ ପ୍ରତୀକ୍ଷାଳୟ ନିର୍ମାଣ ପାଇଁ ଦାବି ହେଉଛି।