ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଦେଓଦା ପଂଚୟତ ନିରହାଟ ଠାରେ ଭକ୍ତମାନେ ସ୍ଥାନୀୟ କେଲୁଅ ନଦୀରୁ ଜଳ ଆଣି ଶନିଦେବଙ୍କ ନିକଟରେ ଜଳାଭିଷେକ କରୁଛନ୍ତି ।
ଆଜିର ଦିନରେ ଶନିଦେବଙ୍କ ନିକଟରେ ଜଳାଭିଷେକ କଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ୱାସ ରହିଛି । ଏପଟେ ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ମନ୍ଦିର କମିଟି ଓ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ବ୍ଯାପକ ସୁରକ୍ଷା ବ୍ଯବସ୍ଥା ଗ୍ରହଣ କରାଯାଇଛି ।