ଜିଲ୍ଲାର ବରିଷ୍ଠ ସାହିତ୍ୟସାଧକ ତଥା ଭାଷାବିତ୍ ବୃନ୍ଦାବନ ଦାଶଙ୍କ ରଚିତ ପୁସ୍ତକ “ଶୁଦ୍ଧ ଓଡ଼ିଆ କଥନ ଓ ଲିଖନ” ତଥା କବି ଯଶୋବନ୍ତ ସେଠୀଙ୍କ ରଚିତ କବିତା ସଂକଳନ “ଭଗ୍ନଡେଣାର ଉଡାଣ”ର ଲୋକାର୍ପଣ ଉତ୍ସବ ପୋଡା ଅସ୍ତିଆ ସ୍ଥିତ ଏକ ଅସ୍ଥାୟୀ ମଣ୍ଡପରେ ଆୟୋଜିତ ମୟୂରଭଞ୍ଜ ସାହିତ୍ୟ ପରିଷଦର ଏକ ବିଶେଷ କାର୍ଯ୍ୟକ୍ରମ ଅବସରରେ ଅନୁଷ୍ଠିତ ହୋଇଯାଇଛି।
ପଦ୍ମଶ୍ରୀ ଡ.ଦମୟନ୍ତୀ ବେଶ୍ରା ମୁଖ୍ୟଅତିଥି ଭାବରେ ଯୋଗଦେଇଥିଲେ।ସଂସ୍କୃତ ଭାଷାରେ ରଚିତ ଜୟଦେବଙ୍କ ଗୀତଗୋବିନ୍ଦକୁ ଡ. ବେଶ୍ରା ଓଲଚିକି ଭାଷାରେ ଅନୁବାଦ କରି କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ ନେଇ ସମ୍ବର୍ଦ୍ଧିତ ହୋଇଥିଲେ ।