ସ୍ଥାନୀୟ ସିଦ୍ଧମଠ ସ୍ଥିତ ସିଦ୍ଧ ଶ୍ରୀ ଜଗନ୍ନାଥ ଙ୍କ ମନ୍ଦିର ପରିସର ରେ ପ୍ରତି ବର୍ଷ ଭଳି ବ୍ୟଞ୍ଜନ ଦ୍ଵାଦଶୀ ପାଳିତ। ପାରମ୍ପରିକ ରୀତି ନୀତି ରେ ପୂଜାର୍ଚ୍ଚନା କରି ଶ୍ରୀ ଜିଉ ଙ୍କୁ ୧୦୮ ପ୍ରକାର ବ୍ୟଞ୍ଜନ ଲାଗି କରାଯାଇଥିଲା। ୨୦୧୫ ମସିହାରୁ ଏହି ଉତ୍ସବ ପାଳିତ ହୋଇ ଆସୁଛି ବୋଲି ସଚିତା ନନ୍ଦ ମହାପାତ୍ର କହିଛନ୍ତି। ଶେଷ ରେ ବହୁ ଭକ୍ତ ପ୍ରସାଦ ସେବନ କରିଥିଲେ।