ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ଅତି ସୁନ୍ଦର ବାଲୁକା କଳା କରି ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି।
ବାଲିରେ ୧,୨୧୩ ମାଟିର ଚା’ କପ୍ ବ୍ୟବହାର କରି ଏହି ବାଲୁକା କଳା କରିଛନ୍ତି ସୁଦର୍ଶନ। ପ୍ରଧାନମନ୍ତ୍ରୀ ଆଜି ୭୨ ବର୍ଷରେ ପାଦ ଥାପିଛନ୍ତି।