ବାଇକ ଧକ୍କା ରେ ବଡ଼ପାଟଣା ସମିତି ସଭ୍ୟ ଗୁରୁତର

କେନ୍ଦୁଝର ଜିଲ୍ଲା ୨୨୦ନମ୍ବର ଜାତୀୟ ରାଜପଥ ମଙ୍ଗଳପୁର ଛକ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ପାଟଣା ବ୍ଲକ ବଡ଼ ପାଟଣା ପଞ୍ଚାୟତର ସମିତି ସଭ୍ୟ ମୋହନ ସୁନ୍ଦର ମହାନ୍ତ ଗୁରୁତର ଆହତ ହୋଇ ପ୍ରଥମେ ପାଟଣା ଓ ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର ହୋଇଛନ୍ତି।

ସୂଚନା ଅନୁଯାୟୀ ଗୁରୁବାର ସେ ଚାଲିକି ରାସ୍ତା ପାର ହେଉଥିବାବେଳେ ଏକ ବାଇକ ଧକ୍କା ଦେଇଥିଲା ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ମେଡ଼ିକାଲକୁ ପଠାଇଥିବା ବେଳେ ମୋହନଙ୍କ ମୁହଁ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version