ବିଜୟୱାଡାରୁ କିଛି ଯାତ୍ରୀଙ୍କୁ ନେଇ ଭବାନୀପାଟଣା ଆସୁଥିବା ଏକ ଯାତ୍ରୀବାହୀ ବସ ଆଜି ମାଲକାନଗିରି ଜିଲ୍ଲା ସୀମାନ୍ତ ବୋଡୁଗୁଡମ ନିକଟରେ ଓଲଟି ପଡିବାରୁ ପାଞ୍ଚ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ 30 ଜଣ ଆହତ ହୋଇଥିବା ଖବର ମିଳିଛି l
ସମସ୍ତ ମୃତ ଯାତ୍ରୀ ଓଡ଼ିଶାର ବୋଲି ଜଣାପଡିଛି l ମୃତାହତଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି l ଆହତ ମାନଙ୍କୁ ଭଦ୍ରାଚଳମ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି l