ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ କଚୁଆଡ଼ି ପ୍ରସାଦ ଚନ୍ଦ୍ର ହାଇସ୍କୁଲ ପରିସରରେ ୧୯୯୮ବେଚର ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ଆଜି ବନ୍ଧୁ ମିଳନ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ପୁରାତନ ଶିକ୍ଷକମାନେ ଛାତ୍ରଛାତ୍ରୀଙ୍କ ଗୁଣ ଗାନ କରିବା ସହିତ ସମାଜରେ କିପରି ପ୍ରତିଷ୍ଠିତ ହେବେ ଏବଂ ସ୍କୁଲର କିପରି ସୁନାମ ଅର୍ଜନ ହେବ ସେଥିପ୍ରତି ଧ୍ୟାନ ଦେବାକୁ ପ୍ରବର୍ତ୍ତାଇ ଥିଲେ। ଏହି ସଭାରେ କୃତିବାସ ଗିରି ସଭାପତିତ୍ୱ କରିଥିଲା ବେଳେ ବସନ୍ତ କୁମାର ଗିରି ଧନ୍ୟବାଦ ଅର୍ପଣ କରିଥିଲେ।