ପିକଅପ ଭ୍ୟାନ ଟ୍ରକ ମୁହାଁମୁହିଁ, ଜଣେ ମୃତ ୪ ଗୁରୁତର

ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଗୌଡପାଲି ଫାଣ୍ଡି ଏନ୍ଏଚ୍ ୫୩ କୁଲୁଣ୍ଡି ପି.ଇ.ଟି. କଲେଜ ପାଖରେ ଆଜି ଏକ ପିକଅପ ଭ୍ୟାନ ଓ ଏକ କଣ୍ଟେନର ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଭ୍ୟାନଟି ଛିଟିକିପଡି ଓଲଟି ଯାଇଛି ।

ଭ୍ୟାନରେ ବସିଥିବା ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ମୃତକଜଣକ ହେଲେ ପଡିଆବାହାଲ ଗ୍ରାମର ସରୋଜ ସୁହୁଲା। ପିକଅପରେ ବସିଥିବା ଦିନବନ୍ଧୁ ମହାନନ୍ଦ ଓ ଟାଇଚୁନ ଜୟପୁରିଆ ଏବଂ ଡ୍ରାଇଭର ସୁରେନ୍ଦ୍ର ଭୋଇ ଘଟଣାରେ ଗୁରୁତରଙ୍କୁ ବୁର୍ଲା ଡାକ୍ତରଖାନାକୁ ପଠାଯାଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version