କେନ୍ଦୁଝର ସହରରେ କିଛି ଦିନ ହେଲା ସନ୍ଧ୍ୟାରେ ଏକ ହନୁ ମାଙ୍କଡ ଶ୍ରୀ ବାଲୁଙ୍କେଶ୍ବର ମହେଶ ମାର୍କେଟ କମ୍ପ୍ଲେକ୍ସ ରେ ଆସି ଦୋକାନରେ ବସୁଥିବାରୁ ଦୋକାନୀ ମାନେ ଭୟରେ ଦୋକାନ ବନ୍ଦ କରି ଦେଉଛନ୍ତି ।
ମାଙ୍କଡକୁ ଦେଖିବାକୁ ଲୋକଙ୍କ ଭିଡ ଜମୁଥିବ ବେଳେ, ଖାଇବାକୁ ଦେଲେ ପାନ ବ୍ୟତୀତ ଅନ୍ୟ କିଛି ଖାଉ ନାହିଁ। ଏଣୁ ସମସ୍ତେ ତାକୁ ଖାଇବାକୁ ଖୁସିରେ ପାନ ଦେଉଥିବା ଦେଖିବାକୁ ମିଳୁଛି ଦୀର୍ଘ ଘଣ୍ଟା ପରେ ଆପେ ଆପେ ମାଙ୍କଡ ଟି କୁଆଡ଼େ ଚାଲି ଯାଉଛି।