ଭଦ୍ରକ ୧୬ନଂ ଜାତୀୟ ରାଜପଥ ଚରମ୍ପା ନିକଟରେ ରାସ୍ତାକଡରେ ଛିଡା ହୋଇଥିବା ପାଣି ଟ୍ୟାଙ୍କର ପଛପଟୁ ଭୁବନେଶ୍ବରରୁ ଜଳେଶ୍ୱର ଯାଉଥିବା ଏକ କାର ଧକ୍କା ଦେବାଫଳରେ ଜଳେଶ୍ୱରର ମହାରାଣୀ ପ୍ରଧାନଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତର ହୋଇଛନ୍ତି।
ଅଗ୍ନିଶମ ବାହିନୀ ଦୀର୍ଘସମୟ ଚେଷ୍ଟା କରିବା ପରେ କାର୍ ମଧ୍ୟରୁ ତିନି ଜଣଙ୍କୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲରେ ଭର୍ତ୍ତି କରିଥିଲା।