ଦେଶର ସର୍ବକନିଷ୍ଠ ତଥା ପ୍ରଥମ ଆଦିବାସୀ ତଥା ଦ୍ଵିତୀୟ ମହିଳା ରାଷ୍ଟ୍ରପତି ଭାବେ ଓଡିଶାର ଦ୍ରୌପଦୀ ମୁର୍ମୁ ଆଜି ସଂସଦର କେନ୍ଦ୍ରୀୟ ହଲରେ ଶପଥ ଗ୍ରହଣ କରିଛନ୍ତି l ଏହି ପଦରେ ଆସୀନ ହେବାରେ ସେ ପ୍ରଥମ ଓଡ଼ିଆ l ତାଙ୍କୁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଶପଥ ପାଠ କରାଇଥିଲେ l
ଏହି ଅବସରରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କିଆନାଇଡ଼ୁ, ଲୋକସଭା ବାଚସ୍ପତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ସମସ୍ତ ସାଂସଦ, ନିମନ୍ତ୍ରିତ ଅତିଥି ମାନେ ଉପସ୍ଥିତ ଥିଲେ l