ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ଅନ୍ତର୍ଗତ ଘାଟଗୁଡା ପଞ୍ଚାୟତର ଛତ୍ରଭର ଗ୍ରାମରେ ଆଜି ଜଣେ ଗର୍ଭବତୀ ନ୍ୟାୟ ପାଇବା ଦାବିରେ ପ୍ରେମିକ ଘର ସମ୍ମୁଖରେ ଧାରଣା ଦେବା ଘଟଣାର ଚର୍ଚ୍ଚାର ବିଷୟ ହୋଇଛି l
ସମ୍ପୃକ୍ତ ପ୍ରେମିକ ପୂର୍ବରୁ ବିବାହିତ ହୋଇଥିଲେ ମଧ୍ୟ ମିଥ୍ୟା କହି ପ୍ରେମିକା ସହ ସମ୍ପର୍କ ରଖିଥିଲା l ଏ ନେଇ ଥାନାରେ ଅଭିଯୋଗ ପରେବି କାର୍ଯ୍ୟାନୁଷ୍ଠାନ ହୋଇ ନଥିବା ପ୍ରେମିକା ଅଭିଯୋଗ କରିଥିବା ବେଳେ ପ୍ରେମିକ ଫେରାର ହୋଇଯାଇଥିବା ଜଣାପଡିଛି l