2016 ମସିହାରେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଥାନା ଅଞ୍ଚଳରେ ହୋଇଥିବା ଏକ ନାବାଳିକା ବଳାତ୍କାର ମାମଲାରେ ଅଭିଯୁକ୍ତ ପ୍ରମୋଦ ସାହୁକୁ ଆଜି ସ୍ଥାନୀୟ ପୋକ୍ସୋ କୋର୍ଟ 20 ବର୍ଷ ଜେଲ ଦଣ୍ଡାଦେଶ ଦେଇଥିବା ବେଳେ 50 ହଜାର ଟଙ୍କା ଜରିମାନା କରିଛନ୍ତି l
ଏଥିସହ ପୀଡ଼ିତାଙ୍କୁ ଆଠ ଲକ୍ଷ ଟଙ୍କା ଦେବାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କୁ ନିର୍ଦ୍ଦେଶ ଦିଆଯାଇଛି l