ନବୀନଙ୍କୁ ଭେଟିଲେ ବଲିଉଡ ଷ୍ଟାର ଅର୍ଜୁନ ରାମପାଲ

ମହିଳା ବ୍ୟବସାୟ ମେଲା 2022 ରେ ଯୋଗଦେବା ପାଇଁ ଭୁବନେଶ୍ୱର ଆସିଥିବା ବଲିଉଡ ଅଭିନେତା ଅର୍ଜୁନ ରାମପାଲ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟିଛନ୍ତି l ଏହାର ଫଟୋ ଟ୍ଵିଟ କରି ନବୀନ କହିଛନ୍ତି, ଅର୍ଜୁନଙ୍କୁ ଭେଟିବା ଏକ ଆନନ୍ଦଦାୟକ ଘଟଣା l

ଏହି ଅବସରରେ ସେ ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ଐତିହ୍ୟର ଭଣ୍ଡାର-ଅନୁସନ୍ଧାନ କରିବାକୁ ଅଭିନେତାଙ୍କୁ ଉତ୍ସାହିତ କରିଥିଲେ l ଏହି ଅବସରରେ ଓଡ଼ିଶାର ମହିଳା ଉଦ୍ୟୋଗୀ ସୁକର୍ତ୍ତୀ ପଟ୍ଟନାୟକ ଉପସ୍ଥିତ ଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version