ଆଜି ଭଦ୍ରକ ଜିଲ୍ଲା ବାସୁଦେବପୁର ମୁଣିଶୀପଲ୍ ଅନ୍ତର୍ଗତ ଶ୍ରୀ ଶ୍ରୀ ପ୍ରସନ୍ନ ଦେବ ଜୀଉଙ୍କର ପବିତ୍ର ସ୍ନାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
ବାସୁଦେବପୁର ପୌର ପରିଷଦର ୱାର୍ଡ ନମ୍ବର ୧୨ରେ ଶ୍ରୀ ଶ୍ରୀ ପ୍ରସନ୍ନ ଦେବଙ୍କ ମନ୍ଦିର ରହିଛି। ବାସୁଦେବପୁର ଅଞ୍ଚଳରେ ସର୍ବ ପୁରାତନ ଶ୍ରୀ ଶ୍ରୀ ପ୍ରସନ୍ନ ଦେବଙ୍କ ମନ୍ଦିର, ରାଜାରାଜୁଡ଼ି ସମୟରୁ ରହିଛି।