ବିଭିନ୍ନ ଦକ୍ଷତା ବିକାଶ କାର୍ଯ୍ୟକ୍ରମର ରୂପାୟନ ଏବଂ ସେଗୁଡ଼ିକର ସଫଳ ପରିଚାଳନା ପାଇଁ ସୁନ୍ଦରଗଡ଼ ଜିଲ୍ଲାକୁ ସ୍ୱତନ୍ତ୍ର ପୁରସ୍କାର ମିଳିଛି ।ନିକଟରେ ଇଣ୍ଡିଆ ଟୁଡେ ପକ୍ଷରୁ ଭୁବନେଶ୍ୱରଠାରେ ଆୟୋଜିତ ‘ଷ୍ଟେଟ୍ ଅଫ୍ ଦ ଷ୍ଟେଟ୍ ଓଡ଼ିଶା’ କନ୍କ୍ଲେଭ୍ରେ ଦକ୍ଷତା ବିକାଶ କ୍ଷେତ୍ରରେ ‘ବେଷ୍ଟ ଇମ୍ପ୍ରୁଭ୍ଡ୍ ଡିଷ୍ଟ୍ରିକ୍ଟ’ ଭାବେ ସୁନ୍ଦରଗଡ଼କୁ ଏହି ସମ୍ମାନ ପ୍ରଦାନ କରାଯାଇଛି ।
ଏହି ସଫଳତା ଲାଗି ଦକ୍ଷତା ବିକାଶ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ଅଧିକାରୀ ଓ କର୍ମଚାରୀ ଏବଂ ସହଯୋଗୀ ଅନୁଷ୍ଠାନଗୁଡ଼ିକୁ ଜିଲ୍ଲାପାଳ ଧନ୍ୟବାଦ ଜଣାଇଛନ୍ତି ।