ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବନ ବିଭାଗ ପକ୍ଷରୁ ଆଜି ସୁରୁକୁନା ଜାହିରା ପଘଠରେ ୭୩ ତମ ବନ ମହୋତ୍ସବ ସପ୍ତାହ ପାଳନ ସହ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ମୁଖ୍ୟ ଅତିଥି ଭାବେ ସାନଖୁଣ୍ଟା ସରପଞ୍ଚ ସୁମୀ ହାଃସଦା ଯୋଗ ଦେଇ ଥିଲେ । ସପ୍ତାହେବ୍ୟାପି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମ ମାଧ୍ୟମରେ ୯ ଗୋଟି ଗ୍ରାମ୍ୟ କମିଟି ମାଧ୍ୟମରେ ୨୭ ହଜାର ବୃକ୍ଷରୋପଣ କରାଯିବାର ଲକ୍ଷ ଧାର୍ଯ୍ୟ ହୋଇଥିବା ଜଣାଯାଇଛି ।