କେନ୍ଦୁଝର ଜିଲ୍ଲା ଭୂୟାଁ ଓ ଜୁଆଙ୍ଗ ପିଢ଼ ରେଞ୍ଜ ଅନ୍ତର୍ଗତ କୁଣ୍ଢେଇ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି।
ତାଙ୍କ ନାମ ସୁକାନ୍ତି ଜୁଆଙ୍ଗ ବୋଲି ଜଣାପଡିଛି। ସେ ଅନ୍ୟ ତିନି ଜଣଙ୍କ ସହିତ ଛତୁ ପାଇଁ ପାଖ ଜଙ୍ଗଲକୁ ଯାଇଥିବା ବେଳେ ହାତୀ ହାବୁଡରେ ପଡି ଯାଇଥିଲା। ଅନ୍ୟ ମାନେ ବର୍ତ୍ତି ଯାଇଥିଲେ। ବନ ବିଭାଗ କର୍ମଚାରୀ ଖବର ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରିବା ସହ ଶୁଦ୍ଧି କ୍ରିୟା ପାଇଁ ତତ୍କାଳୀନ ୪୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଛନ୍ତି।