ଗ୍ରୁପ୍-ବି, ସି ଓ ଡି ଠିକା ନିଯୁକ୍ତି ଉଚ୍ଛେଦ ନେଇ ବିଧିବଦ୍ଧ ଭାବେ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
୨୦୧୩ ଅଧିନିୟମ ଅନୁଯାୟୀ ନିଯୁକ୍ତ କର୍ମଚାରୀ ସ୍ଥାୟୀ ହୋଇଛନ୍ତି।ଚୁକ୍ତିଭିତ୍ତିକ ନିଯୁକ୍ତି ଦିନ ଠାରୁ ଇନକ୍ରିମେଣ୍ଟ ଲାଗୁ ହେବ। ଯେଉଁମାନେ ୬ ବର୍ଷ ପୂରଣ କରିସାରିଛନ୍ତି, ତାକୁ ବି ଗଣନା କରାଯିବ। ୫୭ ହଜାରରୁ ଅଧିକ ଚୁକ୍ତିଭିତ୍ତିକ କର୍ମଚାରୀ ନିୟମିତ ହେବେ। ଗତକାଲି ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ।