ସୋନପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ମହାନଦୀ କୂଳରେ ଅବସ୍ଥିତ ପ୍ରସିଦ୍ଧ ତଥା ପ୍ରାଚୀନ ଶୈବପୀଠ ବାବା ଗୋଧନେଶ୍ଵର ମନ୍ଦିର ପରିସରରେ ଆଜି ୯ତମ ନବାହ ପାରାୟଣ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ପୂଜକ ନିତ୍ୟାନନ୍ଦ ପଣ୍ଡା ପୂଜା କାର୍ଯ୍ୟ ତୁଲାଇଥିବା ବେଳେ ବ୍ୟାସ ରମେଶ ପୁରୋହିତ ପୁରାଣ ପଠନ କରୁଛନ୍ତି। ଅଞ୍ଚଳର ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଯୋଗଦେଇ ରାମକଥା ଶ୍ରବଣ କରୁଥିବା ନେଇ କମିଟିର ସଦସ୍ୟ ପ୍ରତାପ ପ୍ରଧାନ ସୂଚନା ଦେଇଛନ୍ତି।