ଭାଜପା କୃଷକମୋର୍ଚ୍ଚା ପକ୍ଷରୁ ଆଜି ଭାଜପା ଜିଲା କାର୍ଯ୍ୟାଳୟରେ ରାଜ୍ୟ ସଭାପତି ମହେଶ୍ୱର ସାହୁଙ୍କ ଅଧ୍ୟକ୍ଷତାରେ ଏକ ପ୍ରେସମିଟ ଅନୁଷ୍ଠିତ ହୋଇଯାଇଛି।ଜିଲାସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, ସୁବ୍ରତ ମହାନ୍ତି, ଅନୁବ୍ରତ ବେହେରା, ହରିହର ମହାନ୍ତ ଉପସ୍ଥିତ ଥିଲେ।
ଏହି ଅବସରରେ କୃଷକ କଲ୍ୟାଣ ପାଇଁ ଭାଜପା ପ୍ରଚଳନ କରିଥିବା ଯୋଜନାକୁ କିଭଳି ବିଜେଡି ସରକାର କାରଣରୁ ଚାଷୀମାନେ ଉପକୃତ ହୋଇ ପାରୁ ନାହାଁନ୍ତି କହିଥିଲେ।କୃଷି ଯନ୍ତ୍ରପାତି କିଣା,କୃଷି ରୂଣ ପ୍ରଦାନ, ଧାନକିଣା, ମଣ୍ଡିରେ ବ୍ୟାପକ ଦୁର୍ନୀତି ହୋଇଥିବା କହିଛନ୍ତି। ୪୫ ଲକ୍ଷ ଚାଷୀଙ୍କୁ ବଞ୍ଚିତ କରାଯାଇଛି ବୋଲ କହିଛନ୍ତି।