କେନ୍ଦୁଝର ଜିଲ୍ଲା ସାହାରପଡା ଫୋରେଷ୍ଟ ସେକ୍ସନ ଗୋରାଣ୍ଡିଯୋଡ଼ି ବିଟ ଅନ୍ତର୍ଗତ ତଣ୍ଡ ଗ୍ରାମର ଦେବାଶିଷ ମହାନ୍ତଙ୍କ ଘରକୁ ଏକ ଗୋଖୁର ସାପ ଖାଦ୍ୟ ଅନ୍ୱେଷଣରେ ପଶି ଆସିଥିଲା l
ପରିବାର ଲୋକେ ଦେଖି ସାହାରପଡା ବନପାଳଙ୍କୁ ଖବର ଦେଇଥିଲେ। ଖବର ପାଇ ବନ କର୍ମଚାରୀ ପହଞ୍ଚି ରୋଷେଇ ଘର କୋଠରୀରୁ ବିଷାକ୍ତ ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରି ସାହାରପଡା ଜଙ୍ଗଲରେ ଛାଡିଥିବା ସୂଚନା ମିଳିଛି।