ଚମ୍ପୁଆ ଥାନା ଅନ୍ତର୍ଗତ କାଳିକା ପ୍ରସାଦ ପଂଚାୟତ ବସିରା ଗ୍ରାମରେ ପୁଅ ଆକ୍ରମଣରେ ବାପା ଓ ମା ଙ୍କ ଶୋଚନୀୟ ମୃତ୍ୟୁ ଘଟଣା ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ରବିବାର ସକାଳ ପ୍ରାୟ ଆଠଟାରେ ଏହି ଘଟଣା ଘଟିଛି। ଆଜି ସକାଳ ଆଠଟାରେ ଘରୋଇ କନ୍ଦଳକୁ ନେଇ ପୁଅ ଉତ୍ୟକ୍ତ ହୋଇ ଏକ ଟାଙ୍ଗିଆରେ ବାପାକୁ ଆକ୍ରମଣ କରି ହତ୍ୟା କରି ଦେଲା।
ଉଦ୍ଧାର କରିବାକୁ ଆସିଥିବା ମା’କୁ ମଧ୍ୟ ଆକ୍ରମଣ କରିଥିଲା। ଘଟଣା ସ୍ଥଳରେ ବାପାର ମୃତ୍ୟୁ ହୋଇଥିବାବେଳେ ଚିକିତ୍ସା ପାଇଁ ନିଆଯାଇଥିବା ମା’ର ବାଟରେ ମୃତ୍ୟୁ ଘଟିଥିବା ଜଣାପଡିଛି। ପୋଲିସ ଘଟଣାର ତଦନ୍ତ କରୁଛି।