ଅନଗୁଳ ଏବଂ ସୋନପୁର ଜିଲ୍ଲାକୁ ସମ୍ପୂର୍ଣ ଆଲୋକିକରଣ କରିବାପାଇଁ କିଆକଟା କଟାପାଲି ଟାୱାରଲଳାଇନ କାର୍ଯ୍ୟ ଜୋରସୋରରେ ଚାଲି ଥିବାବେଳେ, ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ପିତାମହୁଲ ଗ୍ରାମପଞ୍ଚlୟତର ଦୂରଦୁରା ଟାୱାର ଲାଇନରୁ ଗତ ୨୩ ତାରିଖରେ ୩ ଗୋଟି ସ୍ପାନ ତାର, ଅର୍ଥାତ ୧୦୮୦ ମିଟର ତାର ଚୋରି ହୋଇଥିବା ନେଇ ସୁବଳୟା ଥାନାରେ କାର୍ଯ୍ୟ ନିର୍ବାହୀ ସଂସ୍ଥା ଟାଟା ପାୱାର ପକ୍ଷରୁ ଅଭିଯୋଗ ହୋଇଥିବା ଥାନା ପକ୍ଷରୁ ସୂଚନା ମିଳିଛି ।
ସୁବଳୟା ଥାନା କେଶ ନମ୍ବର 65/2022, ଦଫା 379 ରେ ଏକ ମାମାଲା ରୁଜୁ କରି ତଦନ୍ତକାରୀ ଅଫିସର ସୁବଳୟା ଆଇ: ଆଇ:ସି: ଅନିତା କିଡୋ ଅଧିକ ତଦନ୍ତ ଜାରି ରଖିଥିବା ସୂଚନାରୁ ପ୍ରକାଶ l