କଟକ ଏସସିବିରେ ପୁରୁଣା ମେଡିସିନ୍ ୱାର୍ଡରେ ଜଣେ ରୋଗୀର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଗୋଟିଏ ୱାର୍ଡରୁ ଅନ୍ୟ ୱାର୍ଡକୁ ସିଫ୍ଟ କଲା ବେଳେ ରୋଗୀଠାରୁ ଅକ୍ସିଜେନ୍ କାଢ଼ି ନିଆଯିବାରୁ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ମୃତକ ବାଲେଶ୍ୱରର।
ଘଟଣାକୁ ନେଇ ଏସସିବି ପ୍ରଶାସନିକ ଅଧିକାରୀ ଅବିନାଶ ରାଉତ କହିଛନ୍ତି, ଅଭିଯୋଗର ତଦନ୍ତ ପାଇଁ ଏକ କମିଟି ଗଠନ କରାଯାଇ ଛାନଭିନ ହେବ। ଘଟଣାରେ ଯାହାର ସଂପୃକ୍ତି ଥିବ, କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି।