କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ବାଉଁଶୁଳି ପଞ୍ଚାୟତ ଭଅଁରପୁର ଗ୍ରାମ ନିକଟ ନାଳରେ ଲଗାଯାଇଥିବା ଏକ ପାଣି ପମ୍ପ ମୋଟରକୁ କେହି ଦୁର୍ବୁତ୍ତ ମଙ୍ଗଳବାର ବିଳମ୍ବିତ ରାତିରେ ଚୋରି କରି ନେଇଛନ୍ତି ।
ଏନେଇ ବୁଧବାର ଭଅଁରପୁର ଗ୍ରାମର ଚାଷୀ ବାବୁଲା ନାଏକ ତୁରୁମୁଙ୍ଗା ଥାନାରେ ଅଭିଯୋଗ କରିଛନ୍ତି। ବାବୁଲା ଉକ୍ତ ପାଣି ପମ୍ପ ମୋଟର ସହାୟତାରେ ପାଣି ଉଠାଇ ପନିପରିବା ଚାଷ କରୁଥିଲେ । ଅଭିଯୋଗ ପରେ ତୁରୁମୁଙ୍ଗା ଥାନା ଏସ ଆଇ ରସାନନ୍ଦ ନାୟକ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।