କେନ୍ଦୁଝର ସହର ଗାନ୍ଧୀ ଛକ ନିକଟରେ ଥିବା ପୌରପାଳିକା ମାର୍କେଟ ଅସ୍ୱାସ୍ଥ୍ୟକର ପରିବେଶରେ ଚାଲିଥିଲେ ହେଁ ପ୍ରଶାସନର ନଜର ନାହିଁ।
ଏଠାରେ ମାଛ, ମାଂସ, ଅନ୍ୟାନ୍ୟ ହୋଲସେଲ, ବିଭିନ୍ନ ପ୍ରକାର ବିଦ୍ୟୁତ୍ ସାମଗ୍ରୀ ମରାମତି ଆଦି ଦୋକାନ ଥିବାରୁ ଶହ ଶହ ଲୋକ ଯିବା ଆସିବା କରନ୍ତି। ଦୁର୍ଗନ୍ଧ ନାକ ଫଟି ଯାଉଥିଲେ ହେଁ ସଫେଇ ହେଉ ନ ଥିବାରୁ ରୋଗ ବ୍ୟାପିବା ସମ୍ଭାବନା ରହିଛି ବୋଲି ସ୍ଥାନୀୟ ଲୋକ କହିଛନ୍ତି।