ସାଂସଦ ଅନୁଭବ ମହାନ୍ତିଙ୍କ ଘର ଛାଡି ଅନ୍ୟତ୍ର ରହିବାକୁ ପତ୍ନୀ ବର୍ଷାଙ୍କୁ କଟକ ଏସଡ଼ିଜେଏମ କୋର୍ଟ ଦେଇଥିବା ନିର୍ଦ୍ଦେଶ ଉପରେ ଆଜି ଜିଲ୍ଲାକୋର୍ଟ ରହିତାଦେଶ ଜାରି କରିଛନ୍ତି l ବର୍ଷାଙ୍କୁ ମାସିକ 30 ହଜାର ଟଙ୍କା ପ୍ରଦାନ କରିବାକୁ ଅନୁଭବଙ୍କୁ ତଳକୋର୍ଟ ମଧ୍ୟ କହିଥିଲେ l ଏହା ଉପରେ ମଧ୍ୟ ରହିତାଦେଶ ଜାରି ହୋଇଛି l
ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ 4 ତାରିଖରେ ହେବ l