ହାତୀ ମୃତ୍ୟୁ ଓ ହାତୀଙ୍କ ସୁରକ୍ଷା ନେଇ ଆଗତ ଏକ ମାମଲାର ଶୁଣାଣି କରି ଆଜି ହାଇକୋର୍ଟ ରାଜ୍ୟ ସରକାରଙ୍କ ଠାରୁ ଜବାବ ତଲବ କରିଛନ୍ତି l ଆସାମରେ ହାତୀଙ୍କ ସୁରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପକୁ ଅନୁସରଣ କରିବାକୁ ନିବେଦନ କରି କୋର୍ଟରେ ଏହି ପିଟିସନ ଆଗତ ହୋଇଛି l
ଆସନ୍ତା 25 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଧାର୍ଯ୍ୟ ହୋଇଛି l