ନବରଙ୍ଗପୁର ଜଳବିଭାଜିକା ପ୍ରକଳ୍ପର ପ୍ରକଳ୍ପ ନିର୍ଦ୍ଦେଶକ ଲକ୍ଷ୍ମୀଧର ଜେନା ଆଜି ଅଫିସ୍ରୁ ଘରକୁ ଯିବା ବେଳେ ନବରଙ୍ଗପୁର – ମାଝିଗୁଡା ବାଇପାସ୍ ରାସ୍ତାରେ ଭିଜିଲାନ୍ସ ଅଟକାଇ ନଗଦ ୨ ଲକ୍ଷ ୨୦ ହଜାର ଟଙ୍କା ଜବତ କରିଛି।
ଟଙ୍କା ନେଇ ସେ ସନ୍ତୋଷଜନକ ଉତ୍ତର ଦେଇ ନପାରିବାରୁ ଭିଜିଲାନ୍ସ ଜେରା କରିବା ସହ ନବରଙ୍ଗପୁର, ଭୁବନେଶ୍ବର ଓ ପୁରୀରେ ଥିବା ଲକ୍ଷ୍ମୀଧରଙ୍କ ବିଭିନ୍ନ ଠିକଣା ଉପରେ ଭିଜିଲାନ୍ସ ଚଢ଼ାଉ କରିଛି।