ଚଳିତ ବର୍ଷ ରବି ଋତୁରେ ୧୪ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ କରାଯିବ ଏବଂ ୨୪ରୁ ୪୮ ଘଣ୍ଟା ମଧ୍ୟରେ ଦେୟ ପୈଠ ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କୁହାଯାଇଛି ।
ରବି ଋତୁରେ ଧାନ ବିକ୍ରି ପାଇଁ ୨.୫୮ଲକ୍ଷ ଚାଷୀ ୭.୬୨ଲକ୍ଷ ଏକର ଜମି ପଞ୍ଜୀକରଣ କରିଛନ୍ତି । ପଞ୍ଜୀକୃତ ଚାଷୀଙ୍କ ମଧ୍ୟରୁ ୨୨ହାଜର ୨୨୮ଭାଗଚାଷୀ ଅଟନ୍ତି ।