ଆନ୍ତର୍ଜାତୀୟ ତାଇକୋଣ୍ଡୋରେ ଭାଗନେବେ ହରିପ୍ରିୟା

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଭଜବଲପୁର ଗ୍ରାମର ଗୋବିନ୍ଦ ମିଶ୍ର ଓ ବବିତା ମିଶ୍ରଙ୍କ ଝିଅ ହରିପ୍ରିୟା ମିଶ୍ର ଆନ୍ତର୍ଜାତୀୟ ତାଇକୋଣ୍ଡୋ ଚମ୍ପିଆନସିପରେ ଭାଗ ନେବାକୁ ମନୋନୀତ ହୋଇଥିବା ଜଣାପଡ଼ିଛି । ସେ ଆସନ୍ତା ଜୁନ ଶେଷ ସପ୍ତାହରେ ଥାଇଲାଣ୍ଡ ଠାରେ ଅନୁଷ୍ଠିତ ହେବାକୁ ଥିବା ଆନ୍ତର୍ଜାତୀୟ ଚମ୍ପିଆନସିପରେ ଭାଗ ନେବେ ବୋଲି ଜଣାଯାଇଛି । ବୀରମହାରାଜପୁରର ଏହେସାସ ତାଇକୋଣ୍ଡୋ ଏକାଡେମୀର ଖେଳାଳି ହରିପ୍ରିୟା ପଞ୍ଜାବର ଅମୃତସର ଠାରେ ଅନୁଷ୍ଠିତ ଓପନ ନ୍ୟାସନାଲ ତାଇକୋଣ୍ଡୋ ଚମ୍ପିଆନସିପରେ ସ୍ବର୍ଣ୍ଣ ପଦକ ଜିଣିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version