କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ କୋଠାଘର ଗ୍ରାମର ଜଣାଶୁଣା ଆଦର୍ଶ ଶିକ୍ଷକ କୁଞ୍ଜ ବିହାରି ମହାନ୍ତଙ୍କର ୫୨ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ମେଡ଼ିକାଲରେ ଅକାଳ ବିୟୋଗ ଘଟିଛି।
ସେ ପୁରୁଣାପାଣି ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିଲେ। ତାଙ୍କର ଅନ୍ତିମ ଦର୍ଶନ ପାଟଣା ବିଇଓ ପୂର୍ଣ୍ଣ ଚନ୍ଦ୍ର ଅମାନ୍ତ , ଶିକ୍ଷକ ସଂଘ ସମ୍ପାଦକ କମଳା କାନ୍ତ ପତି, ସଭାପତି ପ୍ରମୋଦ କୁମାର ମହାନ୍ତ , ଶିକ୍ଷକ ନେତା ଭବାନୀ ଶଙ୍କର ମହାନ୍ତ, ଜ୍ୟୋତିର୍ମୟ ତ୍ରିପାଠୀ ପ୍ରମୁଖ ତାଙ୍କ ଶେଷ ଦର୍ଶନ କରିଥିଲେ ।