ମହିଳାଙ୍କୁ ବଳାତ୍କାର ଅଭିଯୋଗରେ ଯୁବକ ଗିରଫ

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ତୁରୁମୁଙ୍ଗା ପଞ୍ଚାୟତ ହାତୀ ବାରି ଗ୍ରାମର ଜଣେ ୨୫ ବର୍ଷ ଯୁବକଙ୍କୁ ଗୁରୁବାର ତୁରୁମୁଙ୍ଗା ପୁଲିସ ଜଣେ ବିବାହିତା ମହିଳାଙ୍କୁ ବଳାତ୍କାର ଅଭିଯୋଗରେ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।

ଗିରଫ ଯୁବକ ଜଣକ ହେଉଛନ୍ତି ମୁନା ନାଏକ। ଉଭୟ ପୀଡିତା ଓ ଅଭିଯୁକ୍ତଙ୍କର ଗରୁବାର କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତରୀ ପରୀକ୍ଷା ହୋଇଥିବା ଥାନା ଅଧିକାରୀ ମଦନ ମୋହନ ନାଏକ କହିଛନ୍ତି।

ଘରେ କେହି ନଥିବା ବେଳେ ସୁନା ଅଳଙ୍କାର ଚୋରି ଅଭିଯୋଗ

କେନ୍ଦୁଝର ଜିଲ୍ଲା ପାଟଣା ଥାନା କୁଣ୍ଡଳା ଗ୍ରାମରେ ଗୁରୁବାଇ ସକାଳେ ଘରେ କେହି ନଥିବା ବେଳେ ଦୁର୍ବୃତ୍ତ ମାନେ ବୁଲୁ ଦାସଙ୍କ ଘରେ ପଶି ଚୋରି କରି କଳା କନା ବୁଲାଇ ଦେଇଥିବା ଅଭିଯୋଗ କରିଛନ୍ତି ।

ଗୁରୁବାର ସକାଳ ୯ ଟା ସମୟରେ ଘର ଲୋକେ ମହୁଲ ଫୁଲ ସଂଗ୍ରହ କରିବାକୁ ଯାଇଥିବା ବେଳେ ଏହାର ସୁଯୋଗ ନେଇ ଚୋର ମାନେ ଘରେ ପଶି ବାକ୍ସ ଓ ଆଲମୀରା ଚାବି ଭାଙ୍ଗି ୨ ଭରି ଓଜନର ସୁନା ଅଳଙ୍କାର ସହ ନଗଦ ୫ହଜାର ଟଙ୍କା ନେଇଯାଇଥିବା ନେଇ ପାଟଣା ଥାନାରେ ବୁଲୁ ଦାସ ଅଭିଯୋଗ କରିଛନ୍ତି।

୨୦୨୩ ପୁରୁଷ ହକି ବିଶ୍ୱକପ୍‌ ପାଇଁ ଲୋଗୋ ଉନ୍ମୋଚିତ

ଭୁବନେଶ୍ୱର: ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲାରେ ବର୍ତ୍ତମାନ ନିର୍ମିତ ହେଉଥିବା ବିର୍ସାମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମରେ ଖେଳାଯିବ ୨୦୨୩ ପୁରୁଷ ହକି ବିଶ୍ୱକପ୍‌ ।

ଏହାର ଲୋଗୋ ଆଜି ଉନ୍ମୋଚିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୨୩ରେ ଓଡ଼ିଶାରେ ପୁରୁଷ ହକି ବିଶ୍ୱକପ୍‌ ହେବ।ତେବେ ଜାନୁଆରୀ ୧୩ରୁ ୨୯ ତାରିଖ ଯାଏଁ ୨୦୨୩ରେ ଓଡ଼ିଶାରେ ପୁରୁଷ ହକି ବିଶ୍ୱକପ୍‌ ହେବ ।

ମୃତକଙ୍କ ପରିବାରକୁ ମିଳିଲା କ୍ଷତିପୂରଣ

ଅନୁଗୁଳ ଜିଲ୍ଲା ତାଳଚେର ସୋମବାର ଦିନ ହିଙ୍ଗୁଳା କୋଇଲା ଖଣି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜଗବନ୍ଧୁ ବାଘଙ୍କ ପରିବାର ବର୍ଗକୁ କ୍ଷତିପୂରଣ ପାଇଁ ତିନି ଦିନ ଆନ୍ଦୋଳନ ପରେ ଏମସିଏଲ ପକ୍ଷରୁ କ୍ଷତିପୂରଣ ଦିଆଯାଇଛି ।

ମାନ୍ୟବର ବିଧାୟକ ତାଳଚେର ବ୍ରଜକିଶୋର ପ୍ରଧାନଙ୍କ ପ୍ରଚେଷ୍ଟାରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ବାବଦକୁ ସର୍ବମୋଟ ୩୦,୬୦,୨୭୫ ଟଙ୍କା ଆଜି ପ୍ରଦାନ କଲେ ।

ଖାରାଡ଼ା ଠାରେ ବିଷୁବ ସଂକ୍ରାନ୍ତି ପାଳିତ

କାଶୀନଗର ବ୍ଲକର ଖାରାଡ଼ା ଗ୍ରାମରେ ଆଜି ବିଷୁବ ମିଳନ ତଥା ପଣା ସଂକ୍ରାନ୍ତି ପାଳିତ ହୋଇଛି।

ଖାରାଡ଼ା ସରପଞ୍ଚ ଅଖିଳ ପାତ୍ର ହନୁମାନଙ୍କ ଫୋଟରେ ମାଲ୍ୟାର୍ପଣ କରିଥିଲେ ଏବଂ ଏକ ବନ୍ଧୁ ମିଳନ ଉତ୍ସବ ହୋଇଥିଲା। ଶେଷରେ ଓଡ଼ିଆ ନବ ବର୍ଷ ପାଇଁ ପଣାର ଆୟୋଜନ କରାଯାଇଥିଲା।

Exit mobile version