ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ନିକଟସ୍ଥ ଜଗନ୍ନାଥ ବିହାର ସ୍ଥିତ ଜଗନ୍ନାଥ ମନ୍ଦିରେ ଆଜି ବହୁ ଭକ୍ତଙ୍କ ଭିଡ଼ରେ ବାହୁଡ଼ା ଯାତ୍ରା ପାଳିତ ହୋଇଛି ।
ଆଜି ପ୍ରlତଃରେ ନୀତି କାନ୍ତିରେ ପୂଜା ଅର୍ଚ୍ଚନା କରାଯାଇଥିଲା । ଅପରାହ୍ନରେ ବିନୋଦ ଚନ୍ଦ୍ର ରଥ ଛେରା ପହରା କରିବା ପରେ ପ୍ରଭୁ ଜଗନ୍ନାଥଙ୍କୁ ପହଣ୍ଡି କରାଯାଇ ରଥ ସିଂହାସନ ବିଜେ କରିଥିଲେ। ପରମ୍ପରା ଭାବେ ମାଉସୀମା କଳ୍ପନା ମିଶ୍ର ଏବଂ ଭକ୍ତ ମୋହନ ମିଶ୍ରଙ୍କ ହାତ ତିଆରି ସୁ ସ୍ୱାଦ ପୋଡପିଠା ପ୍ରଭୁ ଜଗନ୍ନାଥଙ୍କୁ ଖାଇବାକୁ ଅର୍ପଣ କରିଥିଲେ।