ଉଫୁଲା ଗ୍ରାମରେ ଦେବୀ ମାହେଶ୍ୱରୀ ବିଗ୍ରହଙ୍କ ନବକଳେବର ପାଇଁ କଳସ ଯାତ୍ରା

ଆଜି ସକାଳେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଉଫୁଲା ଗ୍ରାମରେ ଦେବୀ ମାହେଶ୍ୱରୀ ବିଗ୍ରହଙ୍କ ନବକଳେବର ଉତ୍ସବ ପାଇଁ ଚକାବର ରଜା ବନ୍ଧ ଠାରୁ ଭବ୍ୟ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

କଳସ ଯାତ୍ରା ସମୟରେ ଢୋଲ, ନିଶାନ, ଘଣ୍ଟ ବାଦ୍ୟ ଓ ଡିଜେ ସାଉଣ୍ଡ ପରିବେଷିତ ହୋଇଥିଲା । ଆସନ୍ତା ୫ ଦିନ ଧରି ହେବାକୁ ଥିବା ଏହି ଉତ୍ସବ ଉପଲକ୍ଷେ ଚବିଶ ପ୍ରହରୀ ନାମ ଯଜ୍ଞ ସାଙ୍ଗକୁ ମୀନାବଜାର ଓ ପ୍ରତ୍ୟହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version