ସେଣ୍ଟ ଜାଭିୟର୍ସ ସ୍କୁଲ ରେ ବିଜ୍ଞାନ ମେଳା ଉଦଯାପିତ

ନଇଗାଁ ଠାରେ ଥିବା ସେଣ୍ଟ ଜାଭିୟର୍ସ ସ୍କୁଲ ରେ ଦୁଇ ଦିନିଆ ବିଜ୍ଞାନ ମେଳା ଆଜି ଉଦଯାପିତ ହୋଇଛି। ବିଜ୍ଞାନ ଶିକ୍ଷକ ଡମ୍ବରୁଧର ମହାନ୍ତ, ଶିବବ୍ଦତ୍ତ ଦାଶ ଓ ୱାହିଦ ଜାମା ଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ମେଳା ରେ ବିଦ୍ୟାଳୟର ୮୦୦ ରୁ ଊର୍ଦ୍ଧ୍ବ ପ୍ରକଳ୍ପ ଓ ୨୦୦ ରୁ ଊର୍ଦ୍ଧ୍ବ ପ୍ରଦର୍ଶିତ ହୋଇଥିଲା। ସନ୍ଧ୍ୟାରେ ପୁରସ୍କାର ବିତରଣ କରାଯାଇଛି। ବିଦ୍ୟାଳୟର ୧୫୦୦ ଓ ଇଣ୍ଟର ସ୍କୁଲର ୨୧୫ ଛାତ୍ରୀ ଛାତ୍ର ଭାଗ ନେଇଥିଲେ।ଏହାଛଡା ବକୃତା,କୁଇଜ୍ ଆଦି ପ୍ରତିଯୋଗିତା ଆୟୋଜନ ହୋଇଥିଲା। ଉଦଘାଟନୀ ଉତ୍ସବରେ ଡିଏଫଓ ଏଚଡି ଧନରାଜ୍ ଯୋଗ ଦେଇଥିବା ବେଳେ ଡିଇଓ ପୂର୍ଣ୍ଣଚନ୍ଦ୍ର ସେଠୀ ଯୋଗ ଦେଇଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version