କେନ୍ଦୁଝର ଜେଲକୁ ଜଣେ ଅଭିଯୁକ୍ତ ମହକିଲ ଙ୍କୁ ଭେଟି ବାକୁ କେନ୍ଦୁଝର ଜେଲ କୁ ଯାଇଥିବା ବେଳେ ବରିଷ୍ଠ ଆଇନଜୀବୀ ତଥା ଲିଗାଲ ଏଡ ପ୍ୟାନେଲ ସଦସ୍ୟା ଜଗଜିତା ଦାଶଙ୍କୁ ଜେଲର ମନସିନି ନାୟକ ଅସଦାଚରଣ କରିବା ସହ ଗାଳି ଗୁଲଜ କରିବା ଘଟଣା ଓକିଲ ମହଲରେ ଅସନ୍ତୋଷ ଦେଖାଦେଇଛି।
ଏନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ କରାଯାଇଥିବା ବେଳେ ଜେଲ, ପୋଲିସ ବିଭାଗର ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି ବୋଲି ଓକିଲ ସଂଘ ସଭାପତି ଅଶୋକ ଦାସ କହିଛନ୍ତି। ଏହାକୁ ଜେଲର ଅସ୍ବୀକାର କରିଥିବା ବେଳେ ଟାଉନ ଥାନା ଅଧିକାରୀ ପ୍ରମୋଦିନୀ ସାହୁ ଅଭିଯୋଗ ଗ୍ରହଣ କରି ତଦନ୍ତ କରୁଥିବା କହିଛନ୍ତି।