କେନ୍ଦୁଝର ଜିଲା ପାଟଣା ବ୍ଲକ ସ୍ୱାମ ଛକ ସ୍ଥିତ ହନୁମାନ ମନ୍ଦିର ରେ ଗୁରୁବାର ଶ୍ରୀରାମ ଝଣ୍ଡା ପୂଜା ଅର୍ଚନାପରେ ବଜରଙ୍ଗ ସେନା ପକ୍ଷରୁ ଏକ ବିରାଟ ପଟୁଆରରେ ପାଟଣା ବଜାର ପରିକ୍ରମା କରିବା ପରେ ପାଟଣା ମୁଖ୍ୟାଳୟ ଆନନ୍ଦେଶ୍ବର ମନ୍ଦିର ପରିସର ରେ ଥିବା ଶ୍ରୀରାମ ମନ୍ଦିରରେ ପହଁଚି ଥିଲା।
ପଟୁଆର ଜିଲା ଭାଜପା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା, ଜିଲା ଭାଜପା ଯୁବମୋର୍ଚା ସାଧାରଣ ସମ୍ପାଦକ ଶବୀର ଦାଶ, ଆର ଏସ ଏସ ର କାଳୀ ଚରଣ ମହାନ୍ତ, ପ୍ରଫୁଲ ମହାନ୍ତ,ଧର୍ମ ଜାଗରଣ ସମିତି ର ବିରଞ୍ଚି ମହାନ୍ତ, ବିଶ୍ବହିନ୍ଦୁ ପରିଷଦ ର ଦୁର୍ଗା ଚରଣ ନାଏକ, ଭରତ ଚନ୍ଦ୍ର ମହାନ୍ତ,ଭାଗ ନେଇଥିଲେ।