କେନ୍ଦ୍ର ଜଳ ସମ୍ପଦ ଓ ଆଦିବାସୀ କଲ୍ୟାଣ ମନ୍ତ୍ରୀ ବିଶ୍ୱେଶର ଟୁଡୁ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ କେନ୍ଦୁଝର ଆସି ଆଜି ସଦର ବ୍ଲକ ମଦରଙ୍ଗାଯୋଡ଼ି ଗ୍ରାମକୁ ଯାଇ ଖଣି କ୍ଷତିଗ୍ରସ୍ତ ଅଞ୍ଚଳ ଲୋକଙ୍କ ବିଭିନ୍ନ ସମସ୍ୟା ଶୁଣିଛନ୍ତି।
ତାଙ୍କ ସହିତ ସାତ ଜଣ ଅଧିକାରୀ ଉକ୍ତ ଗ୍ରାମକୁ ଯାଇ ସମସ୍ୟା ଓ ଅଭିଯୋଗ ଲିପିବଦ୍ଧ କରିଛନ୍ତି। ଶୁଆକାଟି ସ୍ଥିତ ଗନ୍ଧମାର୍ଦ୍ଦନ ଖଣି ଦ୍ଵାରା କ୍ଷତିଗ୍ରସ୍ତ ଆଖପାଖ ଅଞ୍ଚଳରେ ଥିବା ବିଭିନ୍ନ ଗ୍ରାମକୁ ଯାଇ ଜଳ ପ୍ରଦୂଷଣ, ତଥା ଆଦିବାସୀ ଲୋକଙ୍କ ସମସ୍ୟା ଶୁଣିଥିଲେ।