ବିଦ୍ୟୁତ ଆଘାତରେ ଶ୍ରମିକ ଗୁରୁତର

ସମ୍ବଲପୁର ଜିଲ୍ଲା କୁଚିଣ୍ଡା ସହର ସ୍ଥିତ ଇଂରାଜୀ ମାଧ୍ୟମ ସେଣ୍ଟ ଥୋମାସ ସ୍କୁଲ ବିଲଡିଙ୍ଗରେ କାର୍ଯ୍ୟ କରୁଥିବା ସମୟରେ ଝାଡ଼ଖଣ୍ଡ ରାଜ୍ୟର ଶ୍ରମିକ ୧୩୩ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇ ପଡ଼ିଥିବା ସୂଚନା ମିଳିଛି।

ପ୍ରାପ୍ତ ସୂଚନା ଅନୁସାରେ ସ୍କୁଲର ତିନି ମହଲା ଛାତ ଉପରେ କାମ କରୁଥିବା ବେଳେ ବିଦ୍ୟୁତ ଆଘାତ ଲାଗିଥିଲା।ଶ୍ରମିକଟିକୁ ତତକ୍ଷଣାତ ଉଦ୍ଧାର କରି କୁଚିଣ୍ଡା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ଭୀମସାରକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version