ବରଗଡ଼ ବିକାଶ ଅଣ୍ଡରଗ୍ରାଜୁଏଟ କ୍ୟାମ୍ପସରେ ଦୁଇଦିନିଆ ହାଇ ଏଡୁକନ ୨୨ ଉଦଘାଟିତ ହୋଇଯାଇଛି ।
ଉଦଘାଟନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡିଶା ଷ୍ଟେଟ ଓପନ ୟୁନିଭେର୍ସିଟି କୁଳପତି ପ୍ରଫେସର ଏ କେ ଦାସ ମହାପାତ୍ର ଯୋଗଦେଇ ଉଚ୍ଚଶିକ୍ଷା ବିଭାଗରେ କାର୍ଯ୍ୟରତ ଅଧ୍ୟାପକ ଅଧ୍ୟାପିକା ମାନଙ୍କ ଶିକ୍ଷାଦାନ ଶୈଳୀରେ ବୈଷୟିକ ଓ ଗୁଣାତ୍ମକ ବିକାଶ କୁ ଲକ୍ଷ୍ୟରେ ରଖି ଏପରି ଅନେକ କାର୍ଯ୍ୟକ୍ରମ ଆୟୋଜନ କରିବା ଉଚିତ ବୋଲି କହିଥିଲେ ।ବିକାଶ ଗ୍ରୁପର ଡ଼ାଇରେକ୍ଟର ଡା.ସମରେନ୍ଦ୍ର ନାଥ ପଣ୍ଡା ଏବଂ ଡ଼.ନଗେଶ୍ୱର ରାଓ କାର୍ଯ୍ୟକ୍ରମର ଆଭିମୁଖ୍ୟ ବିଷୟରେ ଆଲୋକପାତ କରିଥିଲେ ।