ଭାରତର ଏକତା ଏବଂ ଅଖଣ୍ଡତାକୁ ବିପଦରେ ପକାଉଥିବା ଶକ୍ତି ବିରୁଦ୍ଧରେ ବହୁଜନ କ୍ରାନ୍ତି ମୋର୍ଚ୍ଚା ତଥା ରାଷ୍ଟ୍ରୀୟ ପରିବର୍ତ୍ତନ ମୋର୍ଚ୍ଚାର ରାଷ୍ଟ୍ରୀୟ ସଂଯୋଜକଙ୍କ ଆହ୍ଵାନ କ୍ରମେ ସାରା ଭାରତ ବର୍ଷରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି।
ଏହି ପରିପ୍ରେକ୍ଷୀରେ ଆଜି ବାରିପଦା ସ୍ଥିତ ମୂର୍ଗାବାଡି ଠାରେ ଭାରତୀୟ ବିଦ୍ୟାର୍ଥୀ ମୋର୍ଚ୍ଚାର ରାଜ୍ୟ ସଭାପତି ମୋହନ ବାସ୍କେ ଏବଂ ଭାରତ ମୁକ୍ତି ମୋର୍ଚ୍ଚାର ଜିଲ୍ଲା ସଭାପତି ଭାଦୁରାମ ସରେନଙ୍କ ନେତୃତ୍ୱରେ ଶତାଧିକ କର୍ମୀ କିଛି ସମୟ ୧୮ ନମ୍ବର ଜାତୀୟ ରାଜପଥ ମୁର୍ଗାବାଡି ଠାରେ ବନ୍ଦ ପାଳନ କରିଥିଲେ।